Top Songs By Sourav Bharadwaj
Similar Songs
Credits
PERFORMING ARTISTS
Sourav Bharadwaj
Performer
Matruprasad Rath
Performer
COMPOSITION & LYRICS
Matruprasad Rath
Composer
Ranjan Nayak
Songwriter
Lyrics
ଜଗନ୍ନାଥ୍, ଶ୍ରୀ ଜଗନ୍ନାଥ୍
ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦିକୁ ଛାଡି
ରଥାରୁଢ ହେଉଚି ମୋ କଳା ଶ୍ରୀହରି
ଜଗନ୍ନାଥ୍, ଶ୍ରୀ ଜଗନ୍ନାଥ୍
ଲକ୍ଷେ ଶାଳଗ୍ରାମ ବିଞ୍ଚା ବେଦିକୁ ଛାଡି
ରଥାରୁଢ ହେଉଚି ମୋ କଳା ଶ୍ରୀହରି
ମେଣ୍ଟିଯିବ ଏ ଆଖିରୁ ଅନେକ ଶୋଷ
ସରଧା ବାଲିରେ ଦେଖି ଶ୍ରୀନନ୍ଦିଘୋଷ
ଜୟ ଜଗନ୍ନାଥ କହି
ଦୁଇ ହାତ ଟେକିଦେଇ
ମନ ପ୍ରାଣ ମିଶିଯାଉ ମାହାଯାତ୍ରାରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
(ମହାପ୍ରଭୁ ଶ୍ରୀ ଜଗନ୍ନାଥ କି, ଜୟ)
ବାଲି ଯଉଠି ବିଭୁତି ହୁଏ
ଭାବ ଥିଲେ ଭାତ ହୁଏ ମହାପ୍ରସାଦ
ପାଣି ଯଉଠି ତଙ୍କ ତୋରାଣି
ପବନରେ ଭାସିଆସେ ଗୀତ ଗୋବିନ୍ଦ
(ଜଗନ୍ନାଥ୍)
ଓଡିଆ ଜାତି ଗରବ କରେ
ଆନନ୍ଦରେ କହେ ସେ ମୋ ଇଷ୍ଟ ଦେବତା
ଦାରୁ ହେଲେବି ବୁଝୁଚୁ ଦୁଃଖ
ନକହି ବି ଜାଣିପାରୁ ସକଳ କଥା
ଥରେ ହାତକୁ ବଢେଇ
ମୋତେ ନେ ରେ କୋଳେଇ
ଲୋଡା ନାହିଁ ଆଉ କିଛି ମାୟା ସଂସାରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
(ଚତୁର୍ଭୁଜାୟ, ଦେବ ବ୍ରହ୍ମାୟ, ଶ୍ରୀନାଥ ସରଣନମ୍)
(ନୀଳାଦ୍ରିସାୟ, ଜଗନ୍ନାଥାୟ, ଅନାଥ ରକ୍ଷଣମ୍)
(କଳିଯୁଗ ଅବତାରି, ଆହେ ମୁକୁନ୍ଦ ମୁରାରୀ)
(ଦିନ ବାନ୍ଧବ, କୃଷ୍ଣ କେଶବ, ମଧୁ ସୁଦନମ୍)
ନିମ ଯଉଠି ପାଲଟେ ବ୍ରହ୍ମ
ଚଉଦ ଭୁବନେ ନାହିଁ ଏମିତି ଧାମ
ଜୁଇ ଜଳଇ ରସ ନିଆଁରେ
ସରଗ ଦୁଆରେ ହୁଏ ଶେଷ କରମ
(ଜଗନ୍ନାଥ୍)
ନିଶ୍ୱାସ ଯହିଁ ଚନ୍ଦନ ବାସେ
ମାଟିରେ ମହକି ଯାଏ ଭକତି ପ୍ରେମ
ବିଶ୍ୱ ଯଉଠି ଏକାଠି ହୁଏ
ବିଶ୍ୱାସରେ ପୁର୍ଣ୍ଣ ହୁଏ ସକଳ କାମ
ବାହା-ବାହା ରେ ଠାକୁର
ଖୋଲି ତୋ ଚାରି ଦୁଆର
ଚଉ ବର୍ଗ ଫଳ ଆଣି ଯାଚିଦଉ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ
ମୋ ଜଗା କାଳିଆ ରେ, କାଳିଆ ରେ
(ଜଗନ୍ନାଥ୍, ଶ୍ରୀ ଜଗନ୍ନାଥ୍)
Written by: Matruprasad Rath, Ranjan Nayak, Rk Films