Upcoming Concerts for Javed Ali & Tapu Mishra
Top Songs By Javed Ali
Similar Songs
Credits
PERFORMING ARTISTS
Javed Ali
Performer
Tapu Mishra
Performer
Anubhav Mohanty
Actor
Megha Ghosh
Actor
COMPOSITION & LYRICS
Bapu Goswami
Songwriter
Goodly Rath
Composer
Lyrics
ଛାତି ତଳେ ଥାଏ ଜଣେ ଲୁଚି
ପଚାରିଲେ କହେନାହିଁ କିଛି
ଛାତି ତଳେ ଥାଏ ଜଣେ ଲୁଚି
ପଚାରିଲେ କହେନାହିଁ କିଛି
ଟିକେ ସେ ଚୁଲବୁଲି, ଟିକେ ସେ ଫୁଲେଇ
ଟିକେ ସେ ଭୋଲିଭାଲି, ଟିକେ ସେ ଗେହ୍ଲେଇ
ଯାହା ପାଇଁ ରାତି, ଦିନ ମୁଁ ହୁଏ ଅଥୟ
କେହି ନୁହେଁ ଆଉ କେହି ନୁହେଁ, ସିଏ ମୋର ଛୋଟିଆ ହୃଦୟ
ସିଏ ମୋର ଛୋଟିଆ ହୃଦୟ
ଆଖି ତଳେ ଥାଏ ଜଣେ ଲୁଚି
ପଚାରିଲେ କହେନାହିଁ କିଛି
ଟିକେ ସେ ସାଧାସିଧା, ଟିକେ ସେ ରଙ୍ଗିଲା
ଟିକେ ସେ ସୁନାପିଲା, ଟିକେ ସେ ଚଗଲା
ଯାହା ପାଇଁ ମନ ମୋ ହୁଏ ଚଞ୍ଚଳ
କେହି ନୁହେଁ ଆଉ କେହି ନୁହେଁ, ସିଏ ମୋର ଆଖିର କଜଳ
ସିଏ ମୋର ଆଖିର କଜଳ
ବଗିଚାରେ କାଲି ଫୁଲ ଥିଲା ଫିକା
ରଙ୍ଗ ଦେଲା କିଏ ବୋଳି?
ରଙ୍ଗ ଦେଲା କିଏ ବୋଳି?
ହଁ, ବୋଳିଦେଲା ବୋଧେ ଦୁଷ୍ଟ ପ୍ରଜାପତି
ଖେଳୁ-ଖେଳୁ ଲୁଚକାଳି
ଖେଳୁ-ଖେଳୁ ଲୁଚକାଳି
କେବେ ସେ ଡ଼ାକିନେଇ ପାଖରେ ବସାଏ
କେବେ ସେ କାନେ କହି ଲାଜରେ ଭିଯାଏ
ପାଖେ ଥାଏ ହେଲେ ତାକୁ ଛୁଇଁ ହୁଏନା
କେହି ନୁହେଁ ଆଉ କେହି ନୁହେଁ, ସିଏ ମୋର ମନେଇ ଆଇନା
ସିଏ ମୋର ମନେଇ ଆଇନା
ବିନା ବରଷାରେ ଆକାଶରେ କିଏ
ଇନ୍ଦ୍ରଧନୁ ଦେଲା ଆଙ୍କି?
ଇନ୍ଦ୍ରଧନୁ ଦେଲା ଆଙ୍କି
ଓଢ଼ଣୀରୁ ମୋର ଉଡ଼ିଗଲା ରଙ୍ଗ
ତୋ ଆଖି ପାରିଲା ଦେଖି
ତୋ ଆଖି ପାରିଲା ଦେଖି
ନରମ ଛୁଆଁ ତାର ନିଦରୁ ଉଠାଏ
ଓଠରେ ଓଠ ଥୋଇ ପ୍ରେମ ସେ ଶିଖାଏ
ଧିରେ-ଧିରେ ବଢ଼ାଏ ସେ ମୋ ଛାତି ସ୍ପନ୍ଦନ
କେହି ନୁହେଁ ଆଉ କେହି ନୁହେଁ, ସିଏ ମୋର ମିଛେଇ ସପନ
ସିଏ ମୋର ମିଛେଇ ସପନ
ସିଏ ମୋର ଆଖିର କଜଳ
ସିଏ ମୋର ଛୋଟିଆ ହୃଦୟ
Written by: Bapu Goswami, Goodly Rath